ଅଗ୍ନି ଫଳକଲିପି (#15625)

ଅଗ୍ନି ଫଳକଲିପି

ପରମ ପ୍ରାଚୀନ, ପରମ ମହାନ୍, ସ୍ୱୟଂ ପରମେଶ୍ୱରଙ୍କ ମହାନ୍ ନାମରେ !

ସତ୍ୟତଃ, ନିଷ୍ଠାବାନ୍ମାନଙ୍କ ହୃଦୟ ବିଚ୍ଛେଦର ଅଗ୍ନିରେ ପୋଡ଼ିଜଳି ଯାଉଛି : 

କେଉଁଠି ଅଛି ତୁମର ସେହି ଶ୍ରୀମୁଖର ଦୀପ୍ତି, ହେ ସକଳ ଜଗତର ପ୍ରିୟତମ ?

ଯେଉଁମାନେ ତୁମର ନିକଟର୍ବୀ, ସେମାନେ ନିର୍ଜନ ଅନ୍ଧକାରରେ ପଡ଼ିରହିଛନ୍ତି :
କେଉଁଠି ଅଛି ତୁମର ସେହି ପୁନର୍ମିଳନ ପ୍ରଭାତର ଆଭା, ହେ ସକଳ ଜଗତର ଦିବ୍ୟ ଆକାଙ୍କ୍ଷା ?

ତୁମର ମନୋନୀତ ଅନୁଗତମାନଙ୍କ ଶରୀରଗୁଡ଼ିକ ସୁଦୂର ମରୁବାଲିରେ ପଡ଼ିରହି ଛଟପଟ ହେଉଛନ୍ତି :



କେଉଁଠି ଅଛି ତୁମର ସେହି ଉପସ୍ଥିତିର ମହାସାଗର, ହେ ସକଳ ଜଗତର ଦିବ୍ୟ ବିମୋହନକାରୀ ?

ଆତୁର ହାତଗୁଡ଼ିକ ତୁମ କରୁଣା ଓ ଉଦାରତାର ସ୍ୱର୍ଗ ଆଡ଼କୁ ଉୋଳିତ ହୋଇଛନ୍ତି :

କେଉଁଠି ଅଛି ତୁମର ସେହି ଅନୁକମ୍ପାର ବାରିଧାରା, ହେ ସକଳ ଦୁନିଆର ଉରଦାତା ?

ବିଧର୍ମୀଗଣ ପ୍ରତ୍ୟେକ ଅନୁଗତଙ୍କ ଉପରେ ଅତ୍ୟାଚାର କରିବସିଲେଣି : କେଉଁଠି ଅଛି ତୁମର ସେହି ର୍ନିେଶକାରୀ ଦିବ୍ୟ ଲେଖନୀର ବଶକାରୀ ଶକ୍ତି, ହେ ସକଳ ଜଗତର ମହାନ୍ ବିଜେତା ? 

କୋଣ ଅନୁକୋଣର ଶ୍ୱାନମାନଙ୍କର ତୀବ୍ର ସ୍ୱନ ଶୁଭୁଛି; କେଉଁଠି ଅଛି ତୁମର ସେହି କ୍ଷମତା ଅରଣ୍ୟର କେଶରୀ, ହେ ସକଳ ଜଗତର ଦବିଧାନର୍କା ? 

ନିଃସ୍ପୃହ ଜଡ଼ତା ସମଗ୍ର ମାନବଜାତିକୁ କବଳିତ କଲାଣି : କେଉଁଠି ଅଛି ତୁମର ସେହି ଦିବ୍ୟ ପ୍ରେମର ଉଷ୍ମତା, ହେ ସକଳ ଜଗତର ଦିବ୍ୟ ବହ୍ନି ? 

ଦୁର୍ବିପାକ ଏହାର ଉଚ୍ଚତମ ଶିଖରରେ ପହôଲାଣି : କେଉଁଠି ଅଛି ତୁମର ସେହି ସହାୟତାର ସଙ୍କେତାବଳୀ, ହେ ସକଳ ଜଗତର ଦିବ୍ୟ ମୋକ୍ଷ ? 

ଅନ୍ଧକାର ଅଧିକାଂଶ ମାନବଙ୍କୁ ଆଚ୍ଛନ୍ନ କଲାଣି :

କେଉଁଠି ଅଛି ତୁମର ସେହି ଦୀପ୍ତିର ଉଜ୍ଜ୍ୱଳ ଆଭା, ହେ ସକଳ ଜଗତର ଦିବ୍ୟ ଔଜ୍ଜ୍ୱଲ୍ୟ ?

ଈର୍ଷାରେ ଲୋକମାନଙ୍କର ବେକ ଲମ୍ବିଆସିଲାଣି :

କେଉଁଠି ଅଛି ତୁମର ସେହି ପ୍ରତିଶୋଧ ଖଡ଼୍ଗ, ହେ ସକଳ ଜଗତର ସଂହାରର୍କା ?
ହୀନମନ୍ୟତା ଅତି ନିମ୍ନସ୍ତରରେ ପହôଲାଣି :
କେଉଁଠି ଅଛି ତୁମର ସେହି ଗୌରବର ସଙ୍କେତମାଳା, ହେ ସକଳ ଜଗତର ମହାନ୍ ଗୌରବ ?


ସର୍ବ କରୁଣାମୟ ସ୍ୱୟଂ ତୁମ ମହାନ୍ ନାମରେ ଦିବ୍ୟ ପ୍ରକାଶକାରୀଙ୍କୁ ଦୁଃଖ ବିଷାଦ ଜର୍ଜ୍ଜରିତ କରିଛି : କେଉଁଠି ଅଛି ତୁମର ସେହି ଦିବ୍ୟ ପ୍ରକାଶର ଉଦୟସ୍ଥଳଙ୍କ ଉଲ୍ଲାସ, ହେ ସକଳ ଜଗତର ପରମ ଆନନ୍ଦ ? 
ତୀବ୍ର ମନସ୍ତାପ ପୃଥିବୀର ଅଧିକାଂଶ ମାନବଙ୍କୁ ଆକ୍ରାନ୍ତ କଲାଣି: କେଉଁଠି ଅଛି ତୁମର ସେହି ସନ୍ତୋଷର ପତାକାସମୂହ, ହେ ସକଳ ଜଗତର ଦିବ୍ୟ ଉଲ୍ଲାସ ? 

ତୁମ ସଙ୍କେତାବଳୀର ଦିବ୍ୟ ଉଦୟସ୍ଥଳ ବିବିଧ ସମାଲୋଚନାରେ ଆବୃ ହେବା ତୁମେ ଦେଖୁଛ : ଯେଉଁଠି ଅଛି ତୁମର ସେହି ସାମର୍ଥ୍ୟର ଆଙ୍ଗୁଳିସମୂହ, ହେ ସକଳ ଜଗତର ଦିବ୍ୟ କ୍ଷମତା ? 

ଭୀଷଣ ତୃ୩⁄୪ା ସମସ୍ତ ମନୁଷ୍ୟଙ୍କୁ କବଳିତ କଲାଣି ?

କେଉଁଠି ଅଛି ତୁମର ସେହି କରୁଣାର ନଦୀ, ହେ ସକଳ ଜଗତର ଦିବ୍ୟ କରୁଣା ?
ସମଗ୍ର ମାନବଜାତିକୁ ଲୋଭ ବନ୍ଦୀ କଲାଣି : କେଉଁ ଅଛି ତୁମର ସେହି ଅନାସକ୍ତିର ଭାବର୍ମୂି, ହେ ସକଳ ଜଗତର ପ୍ରଭୁ ?

ଏହି ମିଥ୍ୟାଭିଯୁକ୍ତ ବ୍ୟକ୍ତି ନିର୍ଜନ ସ୍ଥାନରେ ସ୍ୱୟଂ ନିର୍ବାସିତ ହୋଇଥିବା ତୁମେ ଦେଖୁଛ : କେଉଁଠି ଅଛି ତୁମ ଆଦିଷ୍ଟ ଦିବ୍ୟ ସ୍ୱର୍ଗର ସେନାନୀ, ହେ ସକଳ ଜଗତର ସାର୍ବଭୌମ ସମ୍ରାଟ ! 
ଏକ ଅପରିଚିତ ସ୍ଥାନରେ ମୋତେ ପରିତ୍ୟାଗ କରାଯାଇଅଛି : କେଉଁଠି ଅଛି ତୁମର ସେହି ବିଶ୍ୱସ୍ତତାର ସଙ୍କେତ, ହେ ସକଳ ଜଗତର ଦିବ୍ୟ ଆସ୍ଥା ? 
ମୃତୁ୍ୟ ଯବଣା ମାନବଗଣଙ୍କୁ କରାୟ କଲାଣି : କେଉଁଠି ଅଛି ତୁମର ସେହି ଅନନ୍ତ ଜୀବନର ଦିବ୍ୟ ମହାସାଗରର ତରଙ୍ଗାୟିତ ଲହରୀ, ହେ ସକଳ ଜଗତର ଦିବ୍ୟ ଜୀବନ ? 
ସଇତାନ୍ର ମୃଦୁ ମବଣା ପ୍ରତ୍ୟେକ ବ୍ୟକ୍ତିକୁ ସ୍ପନ୍ଦିତ କଲାଣି : କେଉଁଠି ଅଛି ତୁମର ସେହି ଦିବ୍ୟ ଅଗ୍ନିର ଉଲ୍କା, ହେ ସକଳ ଜଗତର ଦିବ୍ୟ ଜ୍ୟୋତିଃ ? 
କାମନା ବାସନାର ମାଦକତା ପ୍ରାୟ ସମଗ୍ର ମାନବଜାତିକୁ ବିଭ୍ରାନ୍ତ କଲାଣି : କେଉଁଠି ଅଛି ତୁମ ବିଶୁଦ୍ଧତାର ପ୍ରଭାତୀ ଆଭା, ହେ ସକଳ ଜଗତର ଦିବ୍ୟ ଆକାଙ୍କ୍ଷା ? 
ସ୍ୱୟଂ ଏହି ମିତ୍ୟାଭିଯୁକ୍ତ ବ୍ୟକ୍ତିକୁ ସିରିଆ ଲୋକମାନଙ୍କ ଭିତରେ ଅତ୍ୟାଚାରରେ ଆଚ୍ଛନ୍ନ ହେବା ତୁମେ ଦେଖୁଛ : କେଉଁଠି ଅଛି ତୁମର ସେହି ଉଷାଲୋକର ଦୀପ୍ତି, ହେ ସକଳ ଜଗତର ଦିବ୍ୟ ଜ୍ୟୋତିଃ ? 

ସ୍ୱୟଂ ମୋତେ କହିବାକୁ ନିଷିଦ୍ଧ କରାଯାଇଥିବା ତୁମେ ଦେଖୁଛ : ତେବେ କେଉଁଠି ଗୁଞ୍ଜରି ଉଠିବ ତୁମର ସେହି ଦିବ୍ୟ ମଧୁର ମୂର୍ଚ୍ଛନା, ହେ ସକଳ ଜଗତର ଦିବ୍ୟ ବୁଲ୍ବୁଲ୍ ? 

ପ୍ରାୟତଃ ସବୁଲୋକେ ଅଯଥା ଭାବପ୍ରବଣତା ଓ କଳ୍ପନା ଜଳ୍ପନାରେ ଆଚ୍ଛନ୍ନ : କେଉଁଠି ଅଛି ତୁମ ନି୧⁄୨ୟତାର ପ୍ରମାଣିକତା, ହେ ସକଳ ଜଗତର ଦିବ୍ୟ ଆଶ୍ୱସ୍ତି ? 

ସ୍ୱୟଂ ବାହ ବୁଡ଼ିଯାଉଛନ୍ତି ବିପଦର ସାଗରରେ :

କେଉଁଠି ଅଛି ତୁମର ସେହି ଦିବ୍ୟ ମୁକ୍ତିର ନୌକା, ହେ ସକଳ ଜଗତର ଦିବ୍ୟ ତ୍ରାଣର୍କା ? 

ତୁମ ମୁଖ ନିଃସୃତ ବାଣୀର ଦିବ୍ୟ ଉଦୟସ୍ଥଳ ସଂସାରର ଅନ୍ଧକାରରେ ଥିବା ତୁମେ ଦେଖୁଛ : କେଉଁଠି ଅଛି ତୁମର ସେହି     କରୁଣାର୍ପୂ ଆକାଶର ସୂର୍ଯ୍ୟ । ହେ ସକଳ ଜଗତର ଦିବ୍ୟ ଆଲୋକଦାତା ? 

ସତ୍ୟ ଏବଂ ପବିତ୍ରତା, ନିଷ୍ଠା ଏବଂ ଗୌରବର ପ୍ରଦୀପଗୁଡ଼ିକୁ ନିର୍ବାପିତ କରିଦିଆଯାଇଛି : କେଉଁଠି ଅଛି ତୁମର ସେହି ଶାସ୍ତି ବିଧାନର ଚିହ୍ନ, ହେ ସକଳ ଜଗତର ଦିବ୍ୟ ସଂଚାଳକ ? 
ସ୍ୱୟଂ ତୁମକୁ ର୍ପୂ ସମର୍ଥନ କରୁଥିବା କିମ୍ବା ତୁମର ଦିବ୍ୟ ପ୍ରେମ ମାର୍ଗରେ ବ୍ରତୀ ଥିବା ସ୍ୱୟଂ ତାଙ୍କ ଉପରେ ଯାହା କିଛି ନିପତିତ ହୋଇଛି ସେହି ବିଷୟରେ ଚିନ୍ତାମଗ୍ନ ଥିବା କୌଣସି ବ୍ୟକ୍ତିକୁ କଣ ତୁମେ ଦେଖିପାରୁଛ ? ର୍ବମାନ ମୋର ଲେଖନୀ ଚାଳନା ବନ୍ଦ କରୁଛି, ହେ ସକଳ ଜଗତର ମହାନ୍ ପ୍ରେମିକ ? 
ସ୍ୱର୍ଗୀୟ କଳ୍ପ-ଦ୍ରୁମର ଶାଖା ପ୍ରଶାଖାଗୁଡ଼ିକ ନିୟତିର ତୀବ୍ର ତୋଫାନରେ ଭାଙ୍ଗି ପଡ଼ୁଛି : କେଉଁଠି ଅଛି ତୁମର ସେହି ଆଶୁ ସହାୟତାର ପତାକାଗୁଡ଼ିକ, ହେ ସକଳ ଜଗତର ମହାବିଜେତା ? 
ନିନ୍ଦା ଅପବାଦର ଧୂଳିରେ ଲୁଚି ଯାଇଛି ଏହି ଦିବ୍ୟ ମୁଖମଳ: କେଉଁଠି ଅଛି ତୁମର ସେହି ଅନୁକମ୍ପାର ମୃଦୁମଳୟ, ହେ ସକଳ ଜଗତର ଦିବ୍ୟ କରୁଣା ? 

ପ୍ରବକମାନଙ୍କ ଦ୍ୱାରା ପବିତ୍ରତାର ପରିଚ୍ଛଦ ମଳିନ ହୋଇଯାଇଛି : କେଉଁଠି ଅଛି ତୁମର ସେହି ପବିତ୍ରତାର ପରିଧାନ, ହେ ସକଳ ଜଗତର ମହାନ୍ ବେଶବିନ୍ୟାସକାରୀ ? 
ମାନବଗଣ ସେମାନଙ୍କ ନିଜ ହାତରେ ଯାହା ସବୁ କରିଛନ୍ତି, ତାହାଦ୍ୱାରା କରୁଣାର ସାଗର ସ୍ତବ୍ଧ ହୋଇଯାଇଛି : କେଉଁଠି ଅଛି ତୁମର ସେହି ଉଦାରତାର ତରଙ୍ଗ, ହେ ସକଳ ଜଗତର ଦିବ୍ୟ ଆକାଙ୍କ୍ଷା? 
ଦିବ୍ୟ ଉପସ୍ଥିତିର ଦ୍ୱାର ତୁମ ଶତ୍ରୁମାନଙ୍କ ଅତ୍ୟାଚାର ହେତୁ ବନ୍ଦ ହୋଇଯାଇଛି : କେଉଁଠି ଅଛି ତୁମର ସେହି ଆଶିଷର ଚାବିକାଠି, ହେ ସକଳ ଜଗତର ଦିବ୍ୟ ଉନ୍ମୋଚନକାରୀ ? 
ବିଦ୍ରୋହର ବିଷାକ୍ତ ବାୟୁରେ ପତ୍ରଗୁଡ଼ିକ ହଳଦିଆ ର୍ବ ହୋଇ ଫିକା ପଡ଼ିଗଲାଣି : କେଉଁଠି ଅଛି ତୁମର ସେହି କରୁଣାର ଅବାରିତ ବାରିଧାରା, ହେ ସକଳ ଜଗତର ମହାନ୍ ଦାତା ? 

ପାପର ଧୂଳିରେ ବିଶ୍ୱ ଅନ୍ଧକାରାଚ୍ଛନ୍ନ ହୋଇଛି : କେଉଁଠି ଅଛି ତୁମର ସେହି କ୍ଷମାର ମୃଦୁମନ୍ଦ ମଳୟ, ହେ ସକଳ ଜଗତର ଦିବ୍ୟ କ୍ଷମାଦାତା ? 

ଗୋଟିଏ ନିର୍ଜନ ଭୂମିରେ ଏହି ଯୁବକ ଜଣକ ସ୍ୱୟଂ ଏକାକୀ : କେଉଁଠି ଅଛି ତୁମର ସେହି ସ୍ୱର୍ଗୀୟ କରୁଣାର ବାରିଧାରା, ହେ ସକଳ ଜଗତର ମହାନ୍ ବରଦାତା ? 

ହେ ପରମ ମହାନ୍ ଲେଖନୀ, ତୁମର ମଧୁର ଆହ୍ୱାନକୁ ଆମ୍ଭେ ଶାଶ୍ୱତ ସାମ୍ରାଜ୍ୟରେ ଶ୍ରବଣ କରିଛୁ : ମହିମାର ଦିବ୍ୟ ଜିହ୍ୱା ଯାହା ଉଚ୍ଚାରଣ କରୁଛନ୍ତି, ସେଥିପ୍ରତି ର୍କପାତ କର, ହେ ସକଳ ଜଗତର ମିଥ୍ୟାଭିଯୁକ୍ତ ଦିବ୍ୟ ପୁରୁଷ ! 

ଶୀତଳତା ନଥିଲେ ତୁମ ଦିବ୍ୟ ବାଣୀର ଉଷ୍ମତା କିଭଳି ପ୍ରସାର ଲାଭ କରନ୍ତା, ହେ ସକଳ ଜଗତର ଦିବ୍ୟ ଭାଷ୍ୟକାର ? 

ବିପର୍ଯ୍ୟୟ ନଥିଲେ ତୁମ ମହାନ୍ ଧୈର୍ଯ୍ୟର ସୂର୍ଯ୍ୟ କିପରି ଆଲୋକ ପ୍ରଦାନ କରନ୍ତେ, ହେ ସକଳ ଜଗତର ମହାନ୍ ଜ୍ୟୋତିଃ ? 
ଦୁଷ୍ଟଜନମାନଙ୍କ ହେତୁ ବିଳାପ କରନା, ସବୁକିଛି ସହ୍ୟ କରିବା ଓ ଧୈର୍ଯ୍ୟଧାରଣ କରିବା ନିମି ସ୍ୱୟଂ ତୁମକୁ ସୃଷ୍ଟି କରାଯାଇଥିଲା, ହେ ସକଳ ଜଗତର ମହାନ୍ ଧୈର୍ଯ୍ୟ । 

ଦିବ୍ୟ ଚୁକ୍ତିର ଦିଗନ୍ତରେ, ବିଦ୍ରୋହ ସୃଷ୍ଟିକାରୀଙ୍କ ଗହଣରେ ତୁମର ଉଦୟ ଏବଂ ପରମେଶ୍ୱରଙ୍କ ପ୍ରତି ତୁମର ଆତୁରତା କିଭଳି ମଧୁର ଥିଲା, ହେ ସକଳ ଜଗତର ଦିବ୍ୟ ପ୍ରେମ । 

ତୁମରି ଦ୍ୱାରା ହିଁ ଉଚ୍ଚତମ ଶିଖରରେ ସ୍ୱତବତାର ପତାକା ଉୋଳିତ ହୋଇଥିଲା ଏବଂ କୃପାର ମହାସାଗର ତରଙ୍ଗାୟିତ ହୋଇଥିଲା, ହେ ସକଳ ଜଗତର ପରମ ଉଲ୍ଲାସ ! 

ସ୍ୱୟଂ ତୁମର ଏକାକୀତ୍ୱ ଦ୍ୱାରା ଏକମେବ ଦିବ୍ୟ ସୂର୍ଯ୍ୟ ଉଦିତ ହୋଇଥିଲେ ଏବଂ ସ୍ୱୟଂ ତୁମର ନିର୍ବାସନ ଦ୍ୱାରା ଏକତାର ଦିବ୍ୟ ଭୂମି ଶୋଭା ବିମିତ ହୋଇଥିଲା । ଧୈର୍ଯ୍ୟବାନ୍ ହୁଅ, ହେ ସ୍ୱୟଂ ତୁମେ ସକଳ ଜଗତର ମହାନ୍ ନିର୍ବାସନ ! 

ଲଜ୍ଜା ଅପମାନକୁ ଗୌରବର ପରିଧାନ ଓ ଦୁଃଖ ଯବଣାକୁ ତୁମ ଶ୍ରୀଅଙ୍ଗର ଅଳଙ୍କାର ରୂପେ ଆମେ ତିଆରି କରିଛୁ, ହେ ସକଳ ଜଗତର ମହାନ୍ ଗୌରବ ! 

ହୃଦୟଗୁଡ଼ିକ ଘୃଣାରେ ପରିର୍ପୂ ହୋଇଥିବା ତୁମେ ଦେଖୁଛ ଏବଂ ସେଗୁଡ଼ିକୁ ତୁମେ ଭ୍ରୁକ୍ଷେପ କରନା, ହେ ତୁମେ ସ୍ୱୟଂ ସକଳ ଜଗତର ସଂଗୋପନକାରୀ ! 

ଯେତେବେଳେ ଖଡ଼୍ଗ ସବୁ ଝଲସି ଉଠିବ, ଆଗକୁ ଅଗ୍ରସର ହୁଅ, ଯେତେବେଳେ ତୀର ବର୍ଷଣ ହେବ, ସ୍ୱାଗତ କର, ହେ ସ୍ୱୟଂ ତୁମେ ସକଳ ଜଗତର ଦିବ୍ୟ ଉର୍ଗ ! 
ଏବେ ତୁମେ ବିଳାପ କରିବ ନା ମୁଁ ବିଳାପ କରିବି ? ବରଂ ତୁମ ସମର୍ଥକମାନଙ୍କର ସଂଖ୍ୟା ନୂ୍ୟନତା ପାଇଁ ମୁଁ ରୋଦନ କରିବି, ହେ ତୁମ୍ଭେ ସ୍ୱୟଂ ! ଯିଏ କି ସକଳ ଜଗତକୁ ଅଶ୍ରୁଳ କରିଛ । 
ହେ ସର୍ବଗୌରବମୟ ପରମ ପ୍ରିୟତମ ! ବାସ୍ତବିକ, ମୁଁ ତୁମର ଦିବ୍ୟ ଆହ୍ୱାନ ଶୁଣିଛି; ଯାତନାର ଉାପରେ ଏବଂ ସ୍ୱୟଂ ତୁମ ଜାଜ୍ଜ୍ୱଲ୍ୟମାନ ବାଣୀର ବହ୍ନିରେ ର୍ବମାନ ବାହଙ୍କର ମୁଖ ଉୀପ୍ତ ହୋଇଛି ଏବଂ ତୁମର ସନ୍ତୋଷ ବିଧାନ ପାଇଁ ସେ ସ୍ୱୟଂ ବିଶ୍ୱସ୍ତତାରେ ଦାୟମାନ ହୋଇଛନ୍ତି । 

ହେ ଅଲ୍ଲୀ ଆକବର, ଏହି ଫଳକଲିପି ପାଇଁ ତୁମ ପ୍ରଭୁଙ୍କୁ ଧନ୍ୟବାଦ ଦିଅ, ଯେଉଁଥିରେ ସ୍ୱୟଂ ମୋର ନିରୀହତାର ସୁଗନ୍ଧି ତୁମେ ଆଘ୍ରାଣ କରିପାରିବ ଏବଂ ପରମେଶ୍ୱରଙ୍କ ମାର୍ଗରେ ବ୍ରତୀ ସକଳ ଜଗତର ବନ୍ଦନୀୟ ସ୍ୱୟଂ ଆମ୍ଭ ଉପରେ ଯାହା ଘଟିଛି, ତାହା ତୁମେ ଜାଣିପାରିବ । 

ଯଦି ସବୁ ସେବକଗଣ ଏହାକୁ ପାଠ କରିବେ ଏବଂ ଗଭୀର ଭାବେ ଚିନ୍ତା କରିବେ ତେବେ ସେମାନଙ୍କର ଧମନୀରେ ଏପରି ଭାବେ ଅଗ୍ନି ସଂଚାରିତ ହେବ, ଯାହାକି ଜଗତ ସମୂହକୁ ପ୍ରଜ୍ଜ୍ୱଳିତ କରିଦେବ ।

-Bahá'u'lláh
-----------------------

